You are currently viewing ୨୪ ମାର୍ଚ୍ଚରେ ହେବ ପୌର ନିର୍ବାଚନ

୨୪ ମାର୍ଚ୍ଚରେ ହେବ ପୌର ନିର୍ବାଚନ


ଭୁବନେଶ୍ୱର(ଏଏନଏସ)୨୫/୦୨, ମ୍ୟୁନିସିପାଲ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ୨୩/୨/୨୦୨୨ ବିଜ୍ଞପ୍ତି ଅନୁସାରେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ୧୦୬ଟି ପୌର ପରିଷଦ ଓ ତିନୋଟି ପୌର ନିଗମରେ ଏହି ନିର୍ବାଚନ ହେବ । ମିଳିଥିବା ସୂଚନା ମୁତାବକ ୧୦୬ଟି ପୌର ପରିଷଦ ପାଇଁ ୧୭୩୧ ୱାର୍ଡରେ ୩୦୩୦ ବୁଥ ଅଛି ଏବଂ ୨୭ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ରହିଛନ୍ତି । ସେହିପରି ତିନୋଟି ପୌର ନିଗମରେ ୧୬୮ ଟି ୱାର୍ଡରେ ୧୪୦୭ଟି ବୁଥ ଥିବାବେଳେ ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ଅଛନ୍ତି । ପ୍ରାପ୍ତ ସୂଚନା ମୁତାବକ ୦୨/୦୩/୨୦୨୨ ଠାରୁ ୭/୦୩/୨୦୨୨ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପ୍ରାର୍ଥୀ ପତ୍ର ଦାଖଲ କରିପାରିବେ । ୦୯/୦୩/୨୦୨୨ରେ ପ୍ରାର୍ଥମାନଙ୍କର ପ୍ରାଥୀ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପାଇଁ ୧୪/୦୩/୨୦୨୨କୁ ଦିନ ଧାର୍ଯ୍ୟ କରିଛନ୍ତି ନିର୍ବାଚନ କମିଶନର । ସେହିପରି ମତଦାନ ୨୪/୦୩/୨୦୨୨କୁ ଧାର୍ଯ୍ୟ ହୋଇଥିବା ବିଜ୍ଞପ୍ତିରୁ ଜଣା ପଡିଛି । ସେହିପରି ୨୬/୦୩/୨୦୨୨ରେ ଭୋଟର ଫଳ ପ୍ରକାଶନ ହେବାକୁ ଥିବାବେଳେ ଡେପୁଟି ମେୟର ଓ ଭାଇସ ଚେୟାରମ୍ୟାନଙ୍କ ନିର୍ବାଚନ ୦୮/୦୪/୨୦୨୨ ଓ ୨୭/୦୪/୨୦୨୨ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ମତଗଣନା ଆସନ୍ତାକାଲିଠାରୁ ହେବାକୁ ଥିବାବେଳେ ଆଜିର ମ୍ୟୁନିସିପାଲ ନିର୍ବାଚନ ନୋଟିସ ରାଜ୍ୟରେ ରାଜନୈତିକ ଉଷ୍ମତାକୁ ଆହୁରି ଉତପ୍ତ କରିଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।