You are currently viewing ସାଇକୃପା ଆବାସିକ କଲେଜର ଆଉ ୧୬ ପିଲା କୋରୋନା ପଜିଟିଭ ଚିହ୍ନଟ

ସାଇକୃପା ଆବାସିକ କଲେଜର ଆଉ ୧୬ ପିଲା କୋରୋନା ପଜିଟିଭ ଚିହ୍ନଟ

ଢେଙ୍କାନାଳ(ଏଏନଏସ) ୦୨.୧୨.୨୦୨୧, ଢେଙ୍କାନାଳ ସାଇକୃପା ଆବାସିକ କଲେଜର ଆଉ ୧୬ ପିଲା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ମୋଟ ୫୦ ଜଣଙ୍କ RT-PCR ରିପୋର୍ଟ ଆସିଥିଲା ସେମାନଙ୍କ ମଧ୍ୟରୁ ୧୬ ଜଣ ପଜିଟିଭ୍ ଚିହ୍ନଟ ‌। ଏହାକୁ ମିଶାଇ ବର୍ତ୍ତମାନ କଲେଜରେ କୋରୋନା ପଜିଟିଭ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ, ଗତ ଗୁଇଦିନ ପୂର୍ବେ ଏହି କଲେଜରୁ ପ୍ରଥମେ ୪ଜଣଙ୍କର କୋଭିଡ ପଜିଟିଭ ଚିହ୍ନଟ ହେବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଲେଜରେ ଥିବା ୨୬୦ଜଣଙ୍କର ଆରଟିପିସିଆର ପାଇଁ ସ୍ୱାବ ପଠାଇଥିଲେ । ଫଳରେ ଗତ କାଲି ୯୦ଜଣଙ୍କ ରିପୋର୍ଟ ଢେଙ୍କାନାଲ ସ୍ୱାସ୍ଥ୍ୟ ବିଭାଗର ହସ୍ତଗତ ହୋଇଥିବାବେକେ ସେଥିରୁ ୩୩ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ କଲେଜ କର୍ତ୍ତୃପକ୍ଷ କଲେଜକୁ ବନ୍ଦ କରିଦେଇଛନ୍ତି । ପିଲାମାନେ ନିଜ ନିଜ ଘରକୁ ପଳାଇଥିବା ଜଣାପଡିଛି । ଫଳରେ ସଂକ୍ରମଣ ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ପୌରସଂସ୍ଥା ଓ ପୁଲିସକୁ ନିର୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।