You are currently viewing ୨୦୨୨ ମାର୍ଚ୍ଚ ଯାଏ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ସଚିବ

୨୦୨୨ ମାର୍ଚ୍ଚ ଯାଏ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର-୨୬.୦୮.୨୦୨୧, ରାଜ୍ୟରେ କରୋନା ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ କମୁଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । ତୃତୀୟ ଲହର ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି।
ତୃତୀୟ ଲହର ଆସିଲେ ତାର ପ୍ରଭାବ ୭୫ ଦିନ ପର୍ଯ୍ୟନ୍ତ ରହିପାରେ । ସେହି ସମୟରେ ଓଡ଼ିଶାରେ ସର୍ବାଧିକ ଦୈନିକ ସଂକ୍ରମଣ ୧୯ ହଜାର ଛୁଇଁପାରେ । ଏଥିପାଇଁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ଚିଠିରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।
ଏହାସହ ଏମର୍ଜେନ୍ସି କୋଭିଡ୍ ରେସପନ୍ସ ପ୍ଲାନ୍ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ୍ତ ମହାପାତ୍ର । ଜିଲ୍ଲାରେ ରାପିଡ୍ ଆଣ୍ଟିଜେନ୍, RTPCR କିଟ୍ ପ୍ରସ୍ତୁତ ରଖିବାକୁ, ଆରଟିସିପିଆର ପରୀକ୍ଷା ଲାବରୋଟାରୀ ପ୍ରସ୍ତୁତ ରଖିବା, ୮ ପ୍ରକାର ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି । ସେହିପରି PHCରେ ୬ଟି ଶଯ୍ୟା ଓ CHCରେ ୨୦ଟି ଶଯ୍ୟା ପ୍ରସ୍ତୁତ କରାଯିବ, ଜିଲ୍ଲା, ଉପଖଣ୍ଡ ଓ ଉନ୍ନୀତ ଚିକିତ୍ସାଳୟରେ ୫୦ ଶଯ୍ୟା ପ୍ରସ୍ତୁତ ରଖିବା ପାଇଁ ମଧ୍ୟ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।