You are currently viewing ଆଗାମୀ ୧୦ ଦିନରେ ଆହୁରି କମିବ ସଂକ୍ରମଣ

ଆଗାମୀ ୧୦ ଦିନରେ ଆହୁରି କମିବ ସଂକ୍ରମଣ

ଭୁବନେଶ୍ୱର-୦୭.୦୬.୨୦୨୧, କରୋନା ସଂକ୍ରମଣ ରାଜ୍ୟରେ ବ୍ୟାପକ ହେବା ପରେ ସଂକ୍ରମଣ ରୋକିବାକୁ ଲକଡାଉନ , ସଟଡାଉନ ଲାଗୁ କରାଯାଇଥିଲା । ଦୀର୍ଘ ଦିନର ଲକଡାଉନ ପରେ ଏବେ ସଂକ୍ରମଣର ହାର ଧିରେ ଧିରେ କମୁଛି । ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ସଂକ୍ରମଣ ୧୫ ପ୍ରତିଶତରୁ ଖସି ୯ ପ୍ରତିଶତରେ ପହଞ୍ଚିଛି। ସୁସ୍ଥ ହାର ମଧ୍ୟ ବଢୁଛି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିଜର ପତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ହାର କମୁଛି। ‘ଆଗାମୀ ୧୦ ଦିନରେ ଆହୁରି ସଂକ୍ରମଣ କମିଯିବ ବୋଲି ଏହି ଟ୍ରେଣ୍ଡ ଦର୍ଶାଉଛି । ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୬୦% ସଂକ୍ରମିତ ICUରେ ଅଛନ୍ତି, ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୨ୟ ଡୋଜ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ୨୨ଟି ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ଯଦି ରାଜ୍ୟରେ ଜୁନ ୧୭ ବେଳକୁ ଦୈନିକ ସଂକ୍ରମଣ ୫ ପ୍ରତିଶତକୁ ଖସି ଆସିଥିବ ତେବେ ରାଜ୍ୟରେ ଲକଡାଉନ ଅବଧି ଆଉ ବୃଦ୍ଧି କରାଯିବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।