You are currently viewing ଏଣିକି ଓଡ଼ିଶା ଆସିବା ପାଇଁ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ

ଏଣିକି ଓଡ଼ିଶା ଆସିବା ପାଇଁ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ

ଭୁବନେଶ୍ୱର-୦୪.୦୮.୨୦୨୧, ରାଜ୍ୟରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ କମିବା ପରେ ରାଜ୍ୟରେ ଅନଲକ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଛି । ସଂକ୍ରମଣ କମିବା ପରେ ରାଜ୍ୟରେ କଟକଣା କୋହଳ କଲେ ରାଜ୍ୟ ସରକାର । ଏବେ ଓଡିଶା ଆସିବା ପାଇଁ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ । ପୂର୍ବରୁ ଓଡିଶା ଆସିବା ସମୟରେ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡୁଥିଲା । ଏହା ସହ ଦ୍ୱିତୀୟ ଡୋଜ୍ ନେଇଥିବା ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ପଡୁଥିଲା । କିନ୍ତୁ ଏବେ ଓଡିଶା ଆସିବା ପାଇଁ ଏଗୁଡିକର ଆବଶ୍ୟକତା ନାହିଁ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।