You are currently viewing କୋଭିଡ ନିୟମ ଭାଙ୍ଗି ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଲେ ପୁଲିସ ବାବୁ, ଭାଇରାଲ ହେଉଛି ଭିଡିଓ

କୋଭିଡ ନିୟମ ଭାଙ୍ଗି ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଲେ ପୁଲିସ ବାବୁ, ଭାଇରାଲ ହେଉଛି ଭିଡିଓ

  • Post category:ଓଡିଶା
  • Reading time:1 mins read

ପୁରୀ (ଅନନ୍ତ ସିଂ) ୨୯/୧୦:  ପୁରୀରେ ପୋଲିସ ବାବୁଙ୍କ ଦବଙ୍ଗଗିରି। କୋଭିଡ୍ ନିୟମ  ଜାରି କରାଯାଇଥିବା ବେଳେ ପୋଲିସ ବାବୁଙ୍କ ପାଇଁ ଖୋଲିଛି ଶ୍ରୀଗୁଣ୍ଡିଚା ମନ୍ଦିର।  ସୂଚନା ମୁତାବକ ପୁଲିସ ବାବୁ ଜଣଙ୍କ ନିଜେ ମୋଟରସାଇକେଲ ଚଳାଇ  ଶ୍ରୀଗୁଣ୍ଡିଚା ମନ୍ଦିର    ଗୁମୁଟ ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ, ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି।  ଯେଉଁ ଦ୍ୱାର ଦେଇ ମହାପ୍ରଭୁ ଆଡପମଣ୍ଡପକୁ ବିଜେ କରିଥାନ୍ତି ସେହି ଦ୍ବାର ଦେଇ ମୋଟରସାଇକେଲ ଚଢି ମନ୍ଦିରକୁ ପ୍ରବେଶ କରୁଛନ୍ତି ପୋଲିସ ବାବୁ। ପ୍ରଶ୍ନ ଉଠୁଛି, ପୋଲିସ ବାବୁଙ୍କୁ ଅନୁମତି ଦେଲା  କିଏ ?  କାହା ନିର୍ଦ୍ଦେଶରେ ଖୋଲିଲା ମନ୍ଦିର  ?  ଏହା କେବଳ ଯେ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ  ଆଘାତ ଦେଇଛି ତା ନୁହେଁ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ହୋଇଛି। ଏନେଇ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ  ନିଆ ଯିବ କି ନାହିଁ ସାଧାରଣରେ ପ୍ରଶ୍ନ ଉଠିଛି?  

ଅନ୍ୟମାନଙ୍କୁ ଜଣାନ୍ତୁ।