You are currently viewing ଶୀତ ଅଧିବେଶନ ପୂର୍ବରୁ ହେବ କୋଭିଡ ଟେଷ୍ଟ: ବାଚସ୍ପତି

ଶୀତ ଅଧିବେଶନ ପୂର୍ବରୁ ହେବ କୋଭିଡ ଟେଷ୍ଟ: ବାଚସ୍ପତି

ଭୁବନେଶ୍ୱର, ଆସନ୍ତା ୨୦ରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ। କରୋନା କଟକଣାକୁ ଆଖି ଆଗରେ ରଖି ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତିି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ‘ ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ୧୭,୧୮ ଓ ୧୯ରେ ସଦସ୍ୟ ଓ ବ୍ୟକ୍ତିଗତ ସଚିବଙ୍କ କୋଭିଡ ଟେଷ୍ଟ ହେବ । ବିଧାୟକଙ୍କ ସହାୟକ ଓ ବିଧାନସଭା କର୍ମଚାରୀଙ୍କ କରୋନା ଟେଷ୍ଟ ହେବ । ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କ କୋଭିଡ ଟେଷ୍ଟ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।