You are currently viewing ଆଜିଠାରୁ ୩ ଦିନ ବନ୍ଦ ରହିବ କୋଭିଡ ଟିକାକରଣ

ଆଜିଠାରୁ ୩ ଦିନ ବନ୍ଦ ରହିବ କୋଭିଡ ଟିକାକରଣ

ଭୁବନେଶ୍ୱର, ରାଜ୍ୟରେ ଆଜିଠାରୁ ପଲସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଏହି ପୋଲିଓ ଦିଆଯାଉଛି । ଏହି ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ଟିକାକରଣ ବନ୍ଦ କରାଯାଇଛି । ୩ତାରିଖଠାରୁ ପୁଣିଥରେ ପୂର୍ବଭଳି ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟବ୍ୟାପୀ ୪୧,୩୧,୭୬୩ ଶିଶୁଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଶନିବାରଦିନ ରାଜ୍ୟରେ ୬୨.୨ ପ୍ରତିଶତ କରୋନା ଟିକାକରଣ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।