You are currently viewing ମାଗଣାରେ ମିଳୁଛି ଗାଇ ବଳଦ

ମାଗଣାରେ ମିଳୁଛି ଗାଇ ବଳଦ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗିର (୨୧.୯.୨୨) : ଗ୍ରାମାଞ୍ଚଳରେ ବସବାସ କରୁଥିବା ଚାଷୀଙ୍କୁ ଡକାଇ ଗାଈ ପ୍ରଦାନ କରାଯାଉଛି। ଘଟଣାଟି ବଲାଙ୍ଗିର ସହର ଭିତରେ ଘୁରି ବୁଲୁଛନ୍ତି ହଜାର ହଜାର ବୁଲା ଗୋରୁ। କିଛି ତ ବୁଲା ଗୋରୁ ଅଛନ୍ତି, ଆଉ କିଛି ଲୋକ ଗାଈଠାରୁ କ୍ଷୀର ଦୁଇଁ ରାସ୍ତାରେ ଛାଡି ଦେଉଛନ୍ତି। ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ଯାଉଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବୁଲା ଗୋରୁମାନଙ୍କୁ ଧରି ଥଇଥାନ କରିବା ପାଇଁ ବିଭିନ୍ନ ସଂଗଠନ ତରଫରୁ ଦାବି ହୋଇ ଆସୁଥିଲା। ସହର ଭିତରେ କାଞ୍ଜିଆ ହୁଦା ନଥିବାରୁ ବୁଲା ଗୋରୁଙ୍କୁ ଥଇଥାନ କରିପାରୁନଥିଲା ପୌରସଂସ୍ଥା। ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପୌରସଂସ୍ଥା, ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି। ବୁଲା ଗୋରୁଙ୍କୁ ନେଇ ପ୍ରଶାସନ ଖୋଲିଛି ମାଗଣା ହାଟ। ସହର ଭିତରେ ବୁଲୁଥିବା ଗୋରୁଙ୍କୁ କାବୁ କରି କୋସଳ କଳାମଣ୍ଡଳ ପଡିଆକୁ ଅଣାଯାଉଛି। ତା’ପରେ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ଡକାଯାଇ, ସେମାନଙ୍କଠାରୁ ସବିଶେଷ ବିବରଣୀ ଲେଖାଯାଉଛି। ଆଉ ତା’ପରେ ମାଗଣାରେ ଚାଷୀଙ୍କୁ ବୁଲା ଗୋରୁମାନଙ୍କୁ ହସ୍ତାନ୍ତର କରାଯାଉଛି। ଚାଷୀମାନେ ଗୋରୁଙ୍କ ସେବା ଯତ୍ନ କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଗତ ତିନି ଦିନ ଭିତରେ ୬୦ରୁ ଅଧିକ ଗାଈ ମାଗଣାରେ ପ୍ରଦାନ କରାଗଲାଣି।

ଅନ୍ୟମାନଙ୍କୁ ଜଣାନ୍ତୁ।