You are currently viewing ବାଣ ଭିଡିବା ବେଳେ ବିସ୍ଫୋରଣ

ବାଣ ଭିଡିବା ବେଳେ ବିସ୍ଫୋରଣ

  • Post category:ଓଡିଶା
  • Reading time:1 mins read

ଆଠଗଡ(ଏଏନଏସ) ୩/୧୧: ବାଣ ଭିଡିବା ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।   ଏହି ଅଘଟଣଟି କଟକ ଜିଲ୍ଲା  ଆଠଗଡ ଉପଖଣ୍ଡ ତିଗିରିଆ ଅଂଚଳର ବାଣେଶ୍ୱର ପଡା ଗାଁର ଅଲେଖ ସ୍ୱାଇଁଙ୍କ ପୁଅ ବୀର ସ୍ୱାଇଁଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ସୂଚନା ଅନୁଯାୟୀ  ବୀର ସ୍ୱାଇଁ ବାଣ ଭିଡୁଥିବା  ସମୟରେ ବାଣ  ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ତାଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଥିବା ବେଳେ ବୋହୂ ଓ ଏକ ଦେଢ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।  ମା’ ଓ ପୁଅଙ୍କର ଅବସ୍ଥା ଭଲ ଥିବା ବେଳେ ବୀର ସ୍ୱାଇଁଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।