You are currently viewing ଲୁଣାନଦୀରେ କୁମ୍ଭୀର ଆତଙ୍କ

ଲୁଣାନଦୀରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା (ଏଏନ୍ଏସ୍): ଲୁଣାନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ ହଠାତ ଆକ୍ରମଣ କଲା ୮ ଫୁଟ ଲମ୍ବର କୁମ୍ଭୀର। କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଶୋଟିବାଲି ଗ୍ରାମରେ କୁମ୍ଭୀର ଆତଙ୍କ । ଗ୍ରାମ ନିକଟ ଦେଇ ବହି ଯାଇଥିବା ଲୁଣା ନଦୀରେ ଗତ କିଛିଦିନ ହେବ କୁମ୍ଭୀର ଚଳପ୍ରଚଳ ହେଉଥିବାର ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।

ତେବେ ସୂଚନା ଅନୁସାରେ କୈଳାସ ବେହେରା ନାମକ ଜଣେ ଯୁବକ ନଦୀରେ ଗାଧୋଉଥିବା ବେଳେ ଏକ ୮ ଫୁଟ ଲମ୍ବର କୁମ୍ଭୀର ହଠାତ୍ କୈଳାସଙ୍କ ନିକଟକୁ ମାଡି ଆସିଥିଲା । କୁମ୍ଭୀରକୁ ଦେଖିବାପରେ କୈଳାସ ଘରକୁ ପଳାଇ ଆସି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ମାନେ କୈଳାସ ଗାଧୋଉଥିବା ସ୍ଥାନରେ ପହଞ୍ଚି ଖୋଜାଖୋଜି କରିଥିଲେ। ହେଲେ କୁମ୍ଭୀର ସେଠାରୁ ପଳାଇ ଯାଇଥିବାର ଦେଖିବାକୁ ପାଇଥିଲ।। ଯାହାକୁ ନେଇ କଶୋଟିବାଲି ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।