You are currently viewing ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ; ସହିଦ୍ ହେଲେ ସିଆରପିଏଫ ଅଧିକାରୀ

ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ; ସହିଦ୍ ହେଲେ ସିଆରପିଏଫ ଅଧିକାରୀ

ମାଲକାନଗିରି (ଏଏନଏସ)୧୨/୦୨: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ଜଣେ ସିଆରପିଏଫ ଅଧିକାରୀଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଲେ ୧୬୮ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡର ଏସବି ତିର୍କୀ। ତାଙ୍କ ଘର ଝାଡଖଣ୍ଡ ବୋଲି ଜଣାପଡିଛି । ଏଣେ ଏହି ଘଟଣାରେ ଜଣେ ଯବାନ ଗୁରୁତର ଥିବା ବି ଜଣାଯାଇଛି। ବିଜାପୁର ବାସାଗୁଡା ଥାନା ତିମାପୁର ଜଂଗଲରେ ଗୁଳି ବିନିମୟ ସମୟରେ ଏଭଳି ଅଘଟଣ ଘଟିଥିବା ନେଇ ବିଜାପୁର ଏସପି କମଲୋଚନ କଶ୍ୟପ ସୂଚନା ଦେଇଛନ୍ତି। ପୁତକେଲ ଗାଁ ନିକଟରେ ବର୍ତ୍ତମାନ ସୁଦ୍ଧା ଅପରେସନ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।