You are currently viewing ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟରେ ବାତ୍ୟା; ପାଣିପାଗ ବିଭାଗ ଆକଳନ

ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟରେ ବାତ୍ୟା; ପାଣିପାଗ ବିଭାଗ ଆକଳନ

ଭୁବନେଶ୍ୱର (ଏଏନ୍ଏସ୍): ଓଡ଼ିଶାକୁ ପୁଣି ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ପାଣିପାଗ ଆକଳନ ସଂସ୍ଥା ଏନସେପ, ଜିଏଫଏସ୍, ଏନକାନ ଓ ୟୁରୋପିଆନ ମଡେଲ ଅନୁସାରେ, ଆସନ୍ତ ସପ୍ତାହ ଶେଷ ଆଡକୁ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ବାତ୍ୟାର ରୂପ ବି ନେବା ସମ୍ଭାବନା ରହିଛି । ହେଲେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେବା ନେଇ ଏବେଠାରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।