You are currently viewing କାୟା ମେଲାଇଲାଣି ହଇଜା

କାୟା ମେଲାଇଲାଣି ହଇଜା

  • Post category:ଓଡିଶା
  • Reading time:1 mins read


ଭଦ୍ରକ(ଏଏନଏସ)୨୭/୦୭, ଭଦ୍ରକଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତରେ ବ୍ୟାପିବାରେ ଲାଗିଲାଣି ଝାଡାବାନ୍ତି । ପଞ୍ଚାୟତର ମାଧପୁର ଗାଁର ଗୋଟିଏ ପରିବାରର ୩ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚାନ୍ଦବାଲିରେ ଚିକିସ୍‌ôିତ ହେଉଛନ୍ତି । ପ୍ରଥମେ ଆକ୍ରାନ୍ତଙ୍କୁ ମାଧପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ତୁରନ୍ତ ଚାନ୍ଦବାଲି ମେଡିକାଲକୁ ନିଆଯାଇଥିଲା । ତେବେ ପଞ୍ଚାୟତର ବିଭିନ୍ନ ଗାଁରେ ଝାଡାବାନ୍ତିରେ ଆହୁରି ଅନେକ ଆକ୍ରାନ୍ତ ଥିବା ଜଣାଯାଇଛି । ତେବେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ଏଭଳି ହଇଜା ବ୍ୟାପୁଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ । ତେଣୁ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ପଞ୍ଚାୟତବାସୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।