You are currently viewing ସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ

ସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ (ଏ ଏନ୍ ଏସ)୦୯/୦୬, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ଗ୍ରାମର ବ୍ରାହ୍ମଣ ସାହିରେ ଗତକାଲି ରାତିର ଘଟଛି ଅଭାବନୀୟ ଘଟଣା । ବୋହୂ ବିଷ ଦେବା ଦ୍ଵାରା ଶାଶୁର ମୃତ୍ୟୁ ହେବା ସହ ସ୍ୱାମୀ ଗୁରତର ହୋଇ ହିନ୍ଦୋଳ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବୋହୂଙ୍କୁ ରାସୋଳ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ। ସୂଚନା ଅନୁଯାୟ ରାସୋଳ ଗ୍ରାମର ଜୟନ୍ତ ସର ଗତ ୩ ମାସ ତଳେ ତୃପ୍ତିମୟୀ ସରଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଘରେ ପାରିବାରିକ କଳହକୁ ନେଇ ବୋହୂ ତୃପ୍ତି ଖାଦ୍ୟରେ ବିଷ ଦେଇ ଥିବା ଯୋଗୁ ଶାଶୁ ସୁଲଚନା ସରଙ୍କର ମୃତ୍ୟୁ ହୋଇଛି । ଏଥିସହିତ ସ୍ୱାମୀ ଜୟନ୍ତ ସର ଗୁରୁତର ହୋଇ ହିନ୍ଦୋଳ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି । ପରିବାର ପକ୍ଷରୁ ରାସୋଳ ଥାନାରେ ଅଭିଯୋଗ ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି । ଅଭିଯୁକ୍ତ ବୋହୂକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।