You are currently viewing ମହାନଦୀରେ ଶବ ଭାସିବା ଘଟଣା, ଜଣାପଡ଼ିଲା ମୃତକଙ୍କ ପରିଚୟ

ମହାନଦୀରେ ଶବ ଭାସିବା ଘଟଣା, ଜଣାପଡ଼ିଲା ମୃତକଙ୍କ ପରିଚୟ

  • Post category:ଓଡିଶା
  • Reading time:1 mins read

ସୋନପୁର(ଏଏନଏସ)୧୦.୦୧.୨୦୨୨, ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ମହାନଦୀର ପାଚେରୀ ଘାଟରେ ଶବ ଭାସୁ ଥିବା ଘଟଣାରେ ମୃତକଙ୍କ ପରିଚୟ ଜଣାପଡିଛି । ମୃତକ ଜଣକ ହେଲେ  ସୋନପୁର ବଡବଜାର ଘାସିପଡା  ଜଲାର ସିଂ ବାଘ । ଗତକାଲି ସେ ମହାନଦୀ ଭିତରକୁ ସାଙ୍ଗମାନଙ୍କ ସହିତ ଭୋଜି କରି ଯାଇଥିଲେ । ଏହି ସମୟରେ ସେ ପାଣିରେ ଭାସିଯାଇଥିବା ଅନୁମାନ କରାଯାଉଛି ।


ସୂଚନା ଅନୁସାରେ, ଆଜି ସକାଳୁ ସ୍ଥାନିୟ  ଲୋକେ ସହରର ଯାତ୍ରୀନିବାସ ସମ୍ବୁଖରେ ଥିବା ପାଚେରୀ ଘାଟ ଠାରେ ଏକ ଶବ ଭାସୁ ଥିବା ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ଓ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା  । ଦମକଲ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ପୋଲିସ ଶବକୁ ଜବତ କରିଛି  । ପରିବାର ଲୋକେ ଶବ ଚିହ୍ନଟ କରିଛନ୍ତି  ।ସୋନପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଅଖିକ  ତଦନ୍ତ ଚଲାଇଛି  ।

ଅନ୍ୟମାନଙ୍କୁ ଜଣାନ୍ତୁ।