You are currently viewing ନିଖୋଜ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

ନିଖୋଜ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ଢ଼େଙ୍କାନାଳ (ଏଏନଏସ)  ୧୦/୧୨: ସାତ ତାରିଖରୁ ନିଖୋଜ ଥିଲେ ସରପଞ୍ଚ। ଢ଼େଙ୍କାନାଳ ଜିଲ୍ଲା ମହୁଲପାଳ ଗାଁ ନାମଯୋଡ଼ି ଜଙ୍ଗଲରୁ ଆଜି   ସରପଞ୍ଚ ବିବେକାନନ୍ଦ ମହାକୁଡ଼ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଥିଲା ବେଳେ  ବିବେକାନନ୍ଦଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତ ୭ ତାରିଖ ଦିନ ପ୍ରାୟ୧୧ଟା ସମୟରେ ବିବେକାନନ୍ଦ ଘରୁ ବାଇକ୍ ଯୋଗେ କାମାକ୍ଷାନଗର ବଜାରକୁ ଆସିଥିଲେ। ତା’ପରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଏନେଇ ପରିବାର ଲୋକେ ଗତକାଲି କାମାକ୍ଷାନଗର ଥାନାରେ ଏତଲା ଦେଇଥିଲେ। ଆଜି ବିଜାଡ଼ିହି ଗାଁର କିଛି ଲୋକ ମହୁଲପାଳ ନାମଯୋଡ଼ି ଜଙ୍ଗଲରେ ଶୌଚ ପାଇଁ  ଯାଇଥିବା ବେଳେ  ବିବେକାନନ୍ଦଙ୍କ ମୃତ ଦେହ ଗଛରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।