You are currently viewing ବାଲି ଭିତରେ ପୋତି ହୋଇଛି ମୃତଦେହ

ବାଲି ଭିତରେ ପୋତି ହୋଇଛି ମୃତଦେହ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର,୨୨/୭: ବାଲିଯାତ୍ରା ପଡିଆରେ ଗଳିତ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ବରୀମୁଣ୍ଡ ବାଲିଯାତ୍ରା ପଡିଆରେ ମୃତଦେହ ପୋତି ହୋଇଥିବା ଦେଖି ଲୋକ ମାନେ ପୋଲିସକୁ ଖବର ଦେଇଥିଲେ ।ଗଳିତ ଶବର କେବଳ ହାତ ପାପୁଲି ଦୃଶ୍ୟମାନ୍ୟ ହୋଇଥିବା ସ୍ଥାନୀୟ ଲୋକ ମାନେ ପୋଲିସକୁ ଖବର ଦେଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଆଜି ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଡିସିପି ସାଇନଟିଫିକ୍ ଟିମ୍ ସହ ବରିଷ୍ଠ ପୁଲିସ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ଅଧା ପୋତାଯାଇଥିବା ଶବକୁ ବାହାରକୁ ବାହାର କରାଯାଇଥିବା ବେଳେ ସ୍ଥାନୀୟ ଥାନାରେ ମିଶିଙ୍ଗ୍ ରିପୋର୍ଟ ଅନୁସାରେ ଶବର ପରିଚୟ ଖୋଜା ଯିବ ବୋଲୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଜବତ କପଡା ଓ ଚପଲ ଦତନ୍ତରେ ସାହାର୍ଯ୍ୟ କରିବ ବେଲେି ଡସିିପି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।