You are currently viewing ଦ୍ବିତୀୟ ଡୋଜ ଟିକା ନେବା ପରେ ମୃତ୍ୟୁ ଅଭିଯୋଗ

ଦ୍ବିତୀୟ ଡୋଜ ଟିକା ନେବା ପରେ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର-୨୭.୦୮.୨୦୨୧, କରୋନା ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ ରାଜ୍ୟରେ କମୁଛି । ତେବେ ତୃତୀୟ ଲହର ଆଶଙ୍କା କରାଯାଉଛି । କରୋନା ବିରୋଧୀ ଅସ୍ତ୍ର ଭାବେ ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଉଛି । ତେବେ କରୋନା ଦ୍ବିତୀୟ ଡୋଜ ଟିକା ନେବା ପରେ ମୃତ୍ୟୁ ଅଭିଯୋଗ ଆସିଛି । କଟକ ଏସସିବିରୁ ଏଭଳି ଅଭିଯୋଗ ଆସିଛି ।
ସୂଚନା ଅନୁସାରେ , ଏସସିବି ଟିକା କେନ୍ଦ୍ରକୁ ବ୍ୟକ୍ତି ଜଣକ ଆଜି ଦ୍ବିତୀୟ ଡୋଜ ଟିକା ନେବାକୁ ଆସିଥିଲେ । ଟିକା ନେବା ପରେ ୧୫ ମିନିଟ ଟିକାକରଣ କେନ୍ଦ୍ରରେ ବସିଥିଲେ । ଅସୁସ୍ଥ ହେବାରୁ ବ୍ୟକ୍ତି ଜଣଙ୍କୁ କାଜୁଆଲିଟିକୁ ନିଆଯାଇଥିଲା । ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଟିକା ନେବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ।
ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି ଯେ , ଏପରି ଘଟଣା ପ୍ରଥମଥର ଘଟିଲା, ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଯିବ, ପୋଷ୍ଟ ମର୍ଟମ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।