You are currently viewing ଆଜି ପୁରୀରେ ଅନୁଷ୍ଠିତ ହେବ ଦେବସଭା

ଆଜି ପୁରୀରେ ଅନୁଷ୍ଠିତ ହେବ ଦେବସଭା

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୬/୧୦, ଆଜି ପୁରୀରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଗୋଷାଣି ମେଳଣ ଉତ୍ସବ । ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣିମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ । ମହାଦୀପ ଉଠିବା ପରେ ହେବ ମେଲାଣି ଉତ୍ସବ । ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ୱତନ୍ତ୍ରତା । ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ
ପରମ୍ପରା ଅନୁସାରେ ଗୋଷାଣି ବ୍ୟତୀତ ନାଗା ମେଢ଼ ଓ ଅନ୍ୟାନ୍ୟ ମେଢ଼ ମଧ୍ୟ ଦେଖିବାକୁ ମିଳିବ । କରୋନା କଟକଣା ପାଇଁ ଗତ ଦୁଇବର୍ଷ ବିନା ଭକ୍ତରେ ମେଳଣ ଅନୁଷ୍ଠିତ ହେଉଥିଲା । ଚଳିତବର୍ଷ ମେଳଣରେ ଶ୍ରଦ୍ଧାଳୁ ସାମିଲ ହେବେ । ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ସାହି କମିଟି ସହିତ ଆଲୋଚନା କରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆମ ପୁରୀ ପ୍ରତିନିଧି ଅନନ୍ତ ସିଂଙ୍କ ରିପୋର୍ଟ ଅନୁଯାୟୀ ଆଜି ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଘୋଷାଣୀ ଯାତ୍ରାକୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉପଜିଲ୍ଲାପାଳ ଘୋଷାଣୀ ଯାତ୍ରାକୁ ସ୍ଥିଗିତ ରଖିଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।