You are currently viewing ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ

ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ

ପୁରୀ-୨୩.୦୬.୨୦୨୧ , ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ପରମ୍ପରା ଅନୁଯାଇ ଶ୍ରୀଜୀଉଙ୍କ ପ୍ରଥମ ସେବକ ଭାବରେ ସବୁ ବର୍ଷ ଗଜପତି ମହାରାଜ ହିଁ ରଥଯାତ୍ରା ଏବଂ ସ୍ନାନ ଯାତ୍ରାରେ ଛେରାପହଁରା କରିଆସିଥାନ୍ତି ମାତ୍ର ଚଳିତ ବର୍ଷ ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ପୁରୀ ଗଜପତି ମହାରାଜ । ଗତ ବର୍ଷ ଭଳି ଚଳିତ ବର୍ଷ ବି ସ୍ନାନରେ ଛେରାପହଁରା କରିବେନି ଗଜପତି ମହାରାଜ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୀତି କରିବେନି ଗଜପତି ମହାରାଜ । ତେବେ ନୀତିକାନ୍ତି ବଜାୟ ରଖିବା ପାଇଁ ଗଜପତି ମହାରାଜଙ୍କ ପୟତିନିଧି ଭାବରେ ମୁଦିରସ୍ତ ଚଳିତ ବର୍ଷ ମହାପ୍ରଭୁଙ୍କ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିବେ ।ଏନେଇ ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।