You are currently viewing ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ୧୪୪ ଧାରା ଜାରି

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ୧୪୪ ଧାରା ଜାରି

ପୁରୀ-୨୩.୦୬.୨୦୨୧, ଆସନ୍ତା କାଲି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।ଆଜି ରାତି ୧୦ ଘଟିକାରୁ ୨୫ ତାରିଖ ଭୋର ୨ ଘଟିକା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । କରୋନା ମହାମାରୀ ସଂକ୍ରମଣ ପାଇଁ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି ଏବଂ ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ହୋଇଛି । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜିଉ ସ୍ନାନବେଦୀକୁ ବିଜେ କରିବେ । କୋଭିଡ କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତଙ୍କ ପ୍ରଵେଶ ବାରଣ ହୋଇଛି । ସ୍ନାନଯାତ୍ରା ଲାଗି ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଧାଡି ପହଣ୍ଡିରେ ଶ୍ରୀଜିଉ ସ୍ନାନମଣ୍ଡପକୁ ବିଜେ କରିବେ। ୨୪ ତାରିଖ ସକାଳୁ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ। ଅପରାହ୍ନରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଏହାପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ।
କରୋନା ପାଇଁ ଭକ୍ତଙ୍କ ପ୍ରବେଶ ବାରଣ ହୋଇଛି । ଶ୍ରଦ୍ଧାଳୁ ୟୁଟ୍ୟୁବ ମାଧ୍ୟମରେ ସ୍ନାନ ଯାତ୍ରାର ସିଧାପ୍ରସାରଣ ଦେଖିପାରିବେ । ସିଧାପ୍ରସାରଣ କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।