You are currently viewing କଟକଣା ସତ୍ତ୍ବେ ଗୁଣ୍ଡିଚା ମନ୍ଦିରରେ ପଶିଲେ ଭକ୍ତ

କଟକଣା ସତ୍ତ୍ବେ ଗୁଣ୍ଡିଚା ମନ୍ଦିରରେ ପଶିଲେ ଭକ୍ତ

ପୁରୀ-୨୭.୦୭.୨୦୨୧(ଅନନ୍ତ ସିଂ), ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ମହିଳା ଓ ଜଣେ ପୁରୁଷ । ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବା ବେଳେ, କିପରି ଏମାନେ ମନ୍ଦିର ଭିତରେ ପ୍ରବେଶ କଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।


କଟକଣା ସତ୍ତ୍ବେ ମଧ୍ୟ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କଲେ ଭକ୍ତ । ବାହାର ରାଜ୍ୟର ଭକ୍ତଙ୍କୁ ମନ୍ଦିର ଭିତରକୁ ନେଲା ପୋଲିସ । ଏକ ଚାରି ଚକିଆ ଗାଡିରେ ଦୁଇ ଜଣ ପୁରୀ ଆସିଥିଲେ । ଗାଡିକୁ ମନ୍ଦିର ସାମ୍ନାରେ ରଖି ମନ୍ଦିରକୁ ଯାଇଥିଲେ । ପୋଲିସ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭିତରକୁ ଯାଇଥିଲେ । ହେଲେ କ୍ୟାମେରା ସାମ୍ନାରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଖଣ୍ଡନ କରିଛି ପୋଲିସ । ଏମାନେ କେଉଁ ଧର୍ମାବଲମ୍ବୀ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ମନ୍ଦିର ସମ୍ମୁଖରେ କୌଣସି ସୁରକ୍ଷାକର୍ମୀ ନଥିବାରୁ ବାହାର ରାଜ୍ୟର ଭକ୍ତ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।