You are currently viewing ଧରାପଡିଲା ନକଲି ଚା’

ଧରାପଡିଲା ନକଲି ଚା’

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୧୮/୧୧, ପୁଣି କଟକରୁ ଧରାପଡିଲା ନକଲି ଚା’ । ନିଶ୍ଚିନ୍ତକୋଇଲି ବଜାର ଓ କଟିକଟା ବଜାରରେ ନକଲି ଚା’ ପ୍ୟାକେଟ୍ ଧରାପଡ଼ିଛି । ଏଠାରେ ଏକ ପ୍ରସିଦ୍ଧ ଚା’ ବ୍ରାଣ୍ଡର ନାଁକୁ ବ୍ୟବହାର କରି ନକଲି ଚା’ ବିକ୍ରି ହେଉଥିବା ଖବର ପାଇ ଏକ ତଦନ୍ତକାରୀ ଦଳ ପହଂଚି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ ପରିମାଣର ନକଲି ଚା’ ପ୍ୟାକେଟ୍ ଜବତ ହୋଇଛି । ଏହି ଚଢ଼ାଉରେ ନିଶ୍ଚିନ୍ତକୋଇଲି ପୋଲିସ୍ ମଧ୍ୟ ସହାୟତା କରିଥିଲା । ନକଲି ଚା’ ଜବତ ହେବା ନେଇ ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।