You are currently viewing ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ

ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ)୨୭/୧୦, ଆସନ୍ତାକାଲି ହେଉଛି ଧଉଳୀ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ । ଏନେଇ ଦେଶ ବିଦେଶରୁ ବୌଦ୍ଧ ସାଧୁ ସନ୍ଥ ଆସି ପହଞ୍ଚିଛନ୍ତି । ଆସନ୍ତାକାଲି ଧୁମଧାମରେ ପାଳିତ ହେବ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ । ଏନେଇ ଦେଶ ବିଦେଶରୁ ଆସିଛନ୍ତି ବୌଦ୍ଧ ସାଧୁସନ୍ଥ । ଆଜି ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୌଦ୍ଧ ସାଧୁସନ୍ଥମାନେ । ରାଜଭବନ ସର୍କ୍ରିଟ ହାଉସରୁ ବାହାରି ଏକ ଶାନ୍ତି ଶୋଭାଯାତ୍ରା ଧଉଳି ପର୍ଯ୍ୟନ୍ତ ହୋଇଥିଲା । ଏଥିରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମ ଗୁରୁ ଓ ପ୍ରଚାରକ ଯୋଗ ଦେଇ ଶାନ୍ତିର ବାର୍ତା ବାଂଟିଥିଲେ ।

ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ପୂଜାପାଠ, ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନା ପ୍ରକମ୍ପିତ ହେବ ଶାନ୍ତିସ୍ତୁପ ଧଉଳି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜାପାନର ବୌଦ୍ଧ ସନ୍ନ୍ୟାସୀ ଟେରା ସାୱା ଧଉଳିର ସୁବର୍ଣ୍ଣ ଜୟନ୍ତୀ ପାଳନରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି । ଏହି ଅବସରରେ ତାଙ୍କୁ ଭେଟିଛନ୍ତି ପ୍ରତିନିଧି ସୌମ୍ୟଜିତ ସିହ୍ନା । ବୌଦ୍ଧ ସନ୍ନ୍ୟାସିଙ୍କ କହିବା କଥା ହେଲା, ୫୦ ବର୍ଷ ତଳେ ସେ ଆସି ଏଠାରେ ଶାନ୍ତିସ୍ତୁପ ସ୍ଥାପନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।