You are currently viewing ବିଚ୍ଛିନ୍ନ ହେଲା ଆଖଣ୍ଡଳମଣିକୁ ଯୋଗାଯୋଗ

ବିଚ୍ଛିନ୍ନ ହେଲା ଆଖଣ୍ଡଳମଣିକୁ ଯୋଗାଯୋଗ

ଏଏନ୍ଏସ୍: ବିଚ୍ଛିନ୍ନ ହେଇଛି ଆଖଣ୍ଡଳମଣିକୁ ଯୋଗାଯୋଗ । ବନ୍ୟା ସ୍ଥିତି ଯୋଗୁଁ ଭଦ୍ରକ ଆଖଣ୍ଡଳମଣିକୁ ଭକ୍ତଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୂଚନା ଥାଉ କି ଗତ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିଲା । ଏହି ବର୍ଷା ଯୋଗୁଁ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଗାଁ ଜଳବନ୍ଦୀ ଥିବା ବେଳେ ରାସ୍ତି ଉପରେ ପାଣି ଚାଲୁଛି । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକର ଅନେକ ସ୍ଥାନରେ ଗାଁ ଗୁଡିକ ଜଳବନ୍ଦୀ ହୋଇଥିବାରୁ । ବର୍ତ୍ତମାନ ଆଖଣ୍ଡଳମଣିକୁ ଯିବା ରାସ୍ତାରେ ମଧ୍ୟ ପାଣି ଚାଲିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।