You are currently viewing ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ; ଶୃଙ୍ଖଳା ବୈଠକ ନିଷ୍ପତ୍ତି

ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ; ଶୃଙ୍ଖଳା ବୈଠକ ନିଷ୍ପତ୍ତି

ପୁରୀ (ଏଏନ୍ଏସ): ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ। ଶ୍ରୀମନ୍ଦିର ଆନନ୍ଦବଜାରର ଶୃଙ୍ଖଳା ନେଇ ହୋଇଥିବା ଆଲୋଚନାରେ ଏପରି ନିଷ୍ପତି ନିଆଯାଇଛି। ସ୍ୱତନ୍ତ୍ର ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଶୃଙ୍ଖଳା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଏହି ଆଲୋଚନାରେ ଅବଢ଼ା ଦର ତାଲିକା ଚୂଡ଼ାନ୍ତ ହୋଇ ପାରିନାହିଁ। ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ ନିଷ୍ପତି ନିଆଯାଇ ପାରିନାହିଁ।

ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ନେଇ କୋର କମିଟି ନିଷ୍ପତି ନେବା ପରେ ମୁଖ୍ୟ ପ୍ରଶାସକଙ୍କୁ ଅନୁମୋଦନ ପାଇଁ ପଠାଯିବ। ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁଆର ଓ ଅଣସେବାୟତ ପ୍ରବେଶ ଉପରେ ରୋକ ଲଗାଯାଇଛି। ସୁଆର-ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ହେବେ। ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବା ଓ ଜରି କାଢ଼ି ସେଡ୍ ବ୍ୟବସ୍ଥା କରିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।