You are currently viewing ପ୍ରତି ଶୁକ୍ରବାର ଏଭଳି କରନ୍ତୁ ଅଷ୍ଟଲକ୍ଷ୍ମୀଙ୍କ ପୂଜା

ପ୍ରତି ଶୁକ୍ରବାର ଏଭଳି କରନ୍ତୁ ଅଷ୍ଟଲକ୍ଷ୍ମୀଙ୍କ ପୂଜା

ଶୁକ୍ରବାର ହେଉଛି ଶୁକ୍ର ଗ୍ରହଙ୍କୁ ଆରାଧନା କରିବାର ଦିନ। ଏହି ଦିନ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ଶୁକ୍ର ଗ୍ରହ ହେଉଛନ୍ତି ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ, ବୈଭବ, କଳା, ସଙ୍ଗୀତ, କାମ ବାସନା ଏବଂ ସମସ୍ତ ପ୍ରକାରର ସାଂସାରିକ ସୁଖର କାରକ। ଏଣୁ ମାନ୍ୟତା ରହିଛି ଯେ ଯଦି ଶୁକ୍ରବାର ରାତିରେ କିଛି ବିଶେଷ ଉପାୟ କରାଯାଏ, ତେବେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ କେବେ ବି ପଇସାର ଅଭାବ ଦେଖାଯାଇନଥାଏ। ତେବେ ଆସନ୍ତୁ ଜାଣିବା ଶୁକ୍ରବାର ରାତିରେ କ’ଣ କରିବା ଦ୍ୱାରା ଘରକୁ ଆସିଥାନ୍ତି ଲକ୍ଷ୍ମୀ…

ଶୁକ୍ରବାର ଦିନ ଧନ ଦେବୀ ଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ତମ ଦିନ। ଆର୍ଥିକ ସମସ୍ୟା, କରଜରୁ ମୁକ୍ତି, ଦାରିଦ୍ରତା ଦୂର କରିବା ପାଇଁ ଏହିଦିନ ବିଧିବିଧାନରେ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଜରୁରୀ। ଯେଉଁ ଘରେ ଧର୍ମର ନିୟମ ପାଳନ ହୋଇଥାଏ, ସେଠାରେ ମା’ ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀ ବହୁତ ଚଞ୍ଚଳାମନା। ଅର୍ଥାତ୍‌ କୌଣସି ସ୍ଥାନରେ ଅଧିକ ସମୟ ରହିନଥାନ୍ତି।

ଶାସ୍ତ୍ର ମୁତାବକ, ପ୍ରତ୍ୟେକ ଶୁକ୍ରବାର ରାତି ୯ଟାରୁ ୧୦ ଟା ମଧ୍ୟରେ ବିଧି ପୂର୍ବକ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏଥିସହ ଘରେ କେବେ ବି ଅର୍ଥର ଅଭାବ ରହିନଥାଏ। ଯଦି ଘରକୁ ଧନ ସମ୍ପତ୍ତି ଆସୁ ବୋଲି ଚାହୁଁଥାନ୍ତି, ତେବେ ନିଶ୍ଚୟ ଏହି କାମ କରନ୍ତୁ।

ଶୁକ୍ରବାର ରାତିରେ ଗୋଲାପୀ ରଙ୍ଗର ମୁରୁଜ ପକାଇ ତା’ ଉପରେ ମା’ ଲକ୍ଷ୍ମୀଙ୍କ ପ୍ରତିମାକୁ ରଖନ୍ତୁ। ମା’ଙ୍କ ସହ ଶ୍ରୀ ଯନ୍ତ୍ରକୁ ମଧ୍ୟ ନିଶ୍ଚୟ ରଖନ୍ତୁ। ପୂଜା ଥାଳିରେ ଗାଈ ଘିଅର ୮ଟି ଦୀପ ବି ଜଳାନ୍ତୁ ଓ ଗୋଲାପର ସୁଗନ୍ଧିତ ଧୂପ କାଠି ଜଳାଇ ମା’ଙ୍କୁ ଖୁଆର ମିଠା ଭୋଗ ଲଗାନ୍ତୁ। ସ୍ୱଚ୍ଛ ବସ୍ତ୍ର ଧାରଣ କରି ପୂଜା ସ୍ଥାନରେ ଗୋଲାପୀ ରଙ୍ଗର କପଡା ଥୋଇ ଶ୍ରୀଯନ୍ତ୍ର ଏବଂ ଅଷ୍ଟ ଲକ୍ଷ୍ମୀ ଫଟୋ ସ୍ଥାପନା କରନ୍ତୁ। ଏବେ ଅକ୍ଷଲକ୍ଷ୍ମୀଙ୍କ ସମ୍ମୁଖଷର ୮ଟି ଘିଅ ଦୀପ ଜଳାନ୍ତୁ। ଅଷ୍ଟଗନ୍ଧ ଦ୍ୱାରା ଶ୍ରୀଯନ୍ତ୍ର ଏବଂ ଅଷ୍ଟଲକ୍ଷ୍ମୀଙ୍କୁ ତିଳକ ଲଗାନ୍ତୁ। ମା’ଙ୍କୁ ମନ୍ଦାର ଫୁଲ ମାଳା ଚଢାନ୍ତୁ । ମାନ୍ୟତା ଅନୁସାରେ ପ୍ରତ୍ୟେକ ସମସ୍ୟାର ସମାଧାନ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।