You are currently viewing ଚିଲିକାରେ ଜାରି ରହିଛି ଡ଼ଲଫିନ ଗଣନା, ୧୮ଟି ଟିମ ନିୟୋଜିତ

ଚିଲିକାରେ ଜାରି ରହିଛି ଡ଼ଲଫିନ ଗଣନା, ୧୮ଟି ଟିମ ନିୟୋଜିତ

  • Post category:ଓଡିଶା
  • Reading time:1 mins read

ବାଲୁଗାଁ(ଏଏନଏସ)୦୯.୦୧.୨୦୨୨, ଆଜି ଚିଲିକାରେ ଡ଼ଲଫିନ ଗଣନା ଚାଲିଛି । ସକାଳ ୬ଟାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ ।  ଗଣନା କାର୍ଯ୍ୟରେ ମୋଟ ୧୮ଟି ଟିମ୍ ସାମିଲ ନିୟୋଜିତ ହୋଇଛନ୍ତି।ପ୍ରତ୍ୟେକ ଦଳରେ ୫ ରୁ ୬ ଜଣ ଗଣନାକାରୀ  ରହିଛନ୍ତି ।   ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ରମ୍ଭା ରେଞ୍ଜରେ ଡଲଫିନ୍ ଗଣନା କରାଯାଉଛି । ସାତପଡ଼ା ରେଞ୍ଚ ପଟୁ ୮ଟି ଦଳ ଓ ବାଲୁଗାଁ ରେଞ୍ଚ ପଟୁ ୧୦ଟି ଦଳ ଡଲଫିନ୍ ଗଣନା ଜାରି ରଖିଛନ୍ତି । ଓୟୁଏଟି ଛାତ୍ରଛାତ୍ରୀ, ସିଡିଏ କର୍ମଚାରୀ ଓ ମଟର ବୋଟ ସଂଘର ସଦସ୍ୟମାନେ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମସ୍ତ ଗଣନାକାରୀ ଦଳ ଗଣନା କରି ସାରି ବିଭାଗକୁ ରିପୋର୍ଟ ହସ୍ତାନ୍ତର କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।