You are currently viewing ଯୌତୁକ ରାକ୍ଷସ କବଳରେ ନବବଧୂ

ଯୌତୁକ ରାକ୍ଷସ କବଳରେ ନବବଧୂ

ଭୁବନେଶ୍ୱର, ଜଣେ ବାପ ତା’ର ଜୀବନରେ ଅର୍ଜନ କରିଥିବା ସମସ୍ତ ଧନକୁ ଲଗାଇ ତାର ଝିଅକୁ ଶାଶୁ ଘର ଛାଡିଥାଏ । ତା ସହ ଅନେକ ଯାନି ଯୌତୁକ ମଧ୍ୟ ଦେଇଥାଏ । କିନ୍ତୁ କିଛି ଲୋଭୀ ଲୋକଙ୍କୁ ଅଧିକ ଧନ ଦରକାର ହୋଇଥାଏ । ରାଜ୍ୟରେ ଅନେକ ଯୌତୁକ ନିର୍ଯ୍ୟାତନାର ଖବର ଶୁଣିବାକୁ ମିଳୁଛି । ଯୌତୁକ ନିର୍ଯ୍ୟାତନା ଦେଇ ବୋହୂକୁ ମାରି ଦେଉଛନ୍ତି । ଏଭଳି ଆଉ ଏକ ଅଭାବନୀୟ ଘଟଣା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଅଞ୍ଚଳରେ ଘଟିଛି । ଝିଅକୁ ଯୌତୁକ ନିର୍ଯ୍ୟାତନା ଦେଇ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପା । ଏନେଇ ବାଲିଅନ୍ତା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ସୁଚିସ୍ମିତା ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା। ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।