You are currently viewing ଡ୍ରୋନ୍‌ ବାଣ୍ଟିଲା ସରକାରୀ ଭତ୍ତା

ଡ୍ରୋନ୍‌ ବାଣ୍ଟିଲା ସରକାରୀ ଭତ୍ତା

  • Post category:ଓଡିଶା
  • Reading time:1 mins read

ନୂଆପଡା(19.2.23): ଡ୍ରୋନ୍‌ ଦ୍ୱାରା ହିତାଧିକାରୀଙ୍କ ପାଖରେ ପହଞ୍ଚିଲା ସରକାରୀ ଭତ୍ତା । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା ଯାହା ରାଜ୍ୟରେ ପ୍ରଥମ । ଜିଲ୍ଲାର ସୀମାନ୍ତ ଅଞ୍ଚଳ ଏବଂ ଜଙ୍ଗଲ ଭିତରେ ଥିବା ଏକ ଗାଁରେ ଜଣେ ଦିବ୍ୟାଙ୍ଗଙ୍କ ପାଖରେ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା ପହଞ୍ଚିଛି । ଛତିଶଗଡ଼ ସୀମାନ୍ତ ଭାଲେଶ୍ୱର ପଞ୍ଚାୟତର ସରପଞ୍ଚ ପାଞ୍ଚ ନମ୍ବର ଓ୍ଵାର୍ଡ଼ ଅନ୍ତର୍ଗତ ଭୁତକାପଡ଼ାରେ ରହୁଥିବା ଜଣେ ଦିବ୍ୟାଙ୍ଗ ହିତାଧିକାରୀଙ୍କ ନିକଟକୁ ମଧୁବାବୁ ପେନସନ୍‌ ଭତ୍ତା ପଠାଇଥିଲେ ।ହିତାଧିକାରୀ ହେତରାମ ସତନାମୀ ଭତ୍ତା ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ସମ୍ଭବ ହେଉନଥିଲା । ତେଣୁ ସରପଞ୍ଚ ସରୋଜବାଇ ଅଗ୍ରଓ୍ଵାଲ ଏଭଳି ଅଭିନବ ଉପାୟରେ ଡ୍ରେନ୍‌ ସହାୟତାରେ ଭତ୍ତା ଟଙ୍କା ପଠାଇଥିଲେ । ଡ୍ରୋନ୍‌ଟି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ପ୍ରାୟ ଦୁଇ କିଲୋମିଟର ଦୂର ଭୁତକାପଡ଼ା ଗାଁରେ ପହଞ୍ଚିଥିଲା । ନିଗ ଘର ଆଗରେ ରହି ହେତରାମ ଡ୍ରୋନ୍‌ରୁ ନିଜର ଭତ୍ତା ଗ୍ରହଣ କରିଥିଲେ । ଆଗକୁ ମଧ୍ୟ ହେତରାମଙ୍କୁ ଆଉ ଭତ୍ତା ପାଇଁ ଆସିବାକୁ ପଡ଼ିବ ନାହିଁ ବୋଲି ସରପଞ୍ଚ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।