You are currently viewing ବାସନ୍ଦ ବିରୋଧରେ ଦୂତି ଚାନ୍ଦ କରିବେ ଆବେଦନ, କର୍କଟ ଯୋଗୁଁ ଡୋପ୍ ଟେଷ୍ଟରେ ବିଫଳ

ବାସନ୍ଦ ବିରୋଧରେ ଦୂତି ଚାନ୍ଦ କରିବେ ଆବେଦନ, କର୍କଟ ଯୋଗୁଁ ଡୋପ୍ ଟେଷ୍ଟରେ ବିଫଳ


ଏଏନ୍ଏସ୍ (ଭୁବନେଶ୍ୱର): ବାସନ୍ଦକୁ ନେଇ ମୁହଁ ଖୋଲିଛନ୍ତି ଓଡିଆ ଆଥଲେଟ ଦୂତି ଚାନ୍ଦ । ୪ବର୍ଷ ପାଇଁ କ୍ରୀଡାରୁ ବାସନ୍ଦ ହେବା ପରେ ଡୋପ୍ ଟେଷ୍ଟରେ ବିଫଳ ନେଇ ମୁହଁ ଖୋଲିଲେ ଦୂତି ଚାନ୍ଦ ।

ଦୂତି ଚାନ୍ଦଙ୍କ କହିବା ଅନୁସାରେ ସେ ଲେଭଲ-୧ କର୍କଟ ରୋଗରେ ପୀଡିତ ଥିଲେ । ଟୋକିଓ ଅଲମ୍ପିକ୍ସର ପୁର୍ବରୁ ୨୦୧୧ ମସିହାରେ ତାଙ୍କ ଜଙ୍ଘ ଓ ମାଂଶପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହା ସତ୍ତ୍ୱେ ମଧ୍ୟ ସେ ଅଲମ୍ପିକ୍ସ ଖେଳିଥିଲେ । ପରେ ଏହି ଯନ୍ତ୍ରଣା ଅଧିକ ହେବାରୁ ସେ ଅଲଟ୍ରସାଉଣ୍ଡ କରିଥିଲେ । କିନ୍ତୁ ଅଲଟ୍ରସାଉଣ୍ଡରେ କିଛି ସ୍ପଷ୍ଟ ନ ହେବାରୁ ପରେ ସେ ଏମଆରଆଇ କରିଥିଲେ । ଏବଂ ଏଥିରେ ତାଙ୍କୁ ଲେଭଲ-୧ କର୍କଟ ରୋଗ ହୋଇଥିବା ଜଣା ପଡିଥିଲା । ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ମଧ୍ୟ କରିଥିଲେ । ହେଲେ ଏଥିରେ ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ଦ୍ୱାରା ଜାରି ହୋଇଥିବା ନିଶିଦ୍ଧ ଉପାଦାନ ବିଷୟରେ ଜାଣି ନଥିଲେ ।

ଏନେଇ ଦୂତି ଚାନ୍ଦ ଔଷଧ ଜାରି ରଖିଥିବା ବେଳେ ୨୦୨୨ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ବିଫଳ ହୋଇଥିଲେ । ବର୍ତ୍ତମାନ ତାଙ୍କ ବିରୋଧରେ ଆସିଥିବା ରାୟକୁ ଚ୍ୟାଲେଞ୍ଜ କରି ଆଣ୍ଟି ଡୋପିଂ ଅପିଲ ପ୍ୟାନେଲ (ଏଡିଏପି) ପାଇଁ ଆବେଦନ କରିବେ ବୋଲି ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।