You are currently viewing ବ୍ରହ୍ମପୁରର ଡେପୁଟି ମେୟର ହେଲେ ଇ. ବିବେକ୍ ରେଡ୍ଡି

ବ୍ରହ୍ମପୁରର ଡେପୁଟି ମେୟର ହେଲେ ଇ. ବିବେକ୍ ରେଡ୍ଡି

ବ୍ରହ୍ମପୁର(ଏଏନଏସ)୦୮/୦୪, ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ହେଲେ ଇ. ବିବେକ୍ ରେଡ୍ଡି । ସେ ହେଉଛନ୍ତି ବିଜେଡିର ଡେପୁଟି ମେୟର ପ୍ରାର୍ଥୀ । ୪୨ ନଂ ୱାର୍ଡ କର୍ପୋରେଟର ଇ. ବିବେକ୍ ରେଡ୍ଡି ବିଜେପି ପ୍ରାର୍ଥୀ ଡି. କରୁଣାକରଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ୩୪ ଖଣ୍ଡ ଭୋଟ ପାଇ ବିବେକ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।
ଅନ୍ୟପଟେ ବ୍ରହ୍ମପୁର ମେୟର ଭାବେ ସଂଘମିତ୍ରା ଦଳେଇ ଆଜି ଶପଥ ଗ୍ରହଣ କରିଛନ୍ତି । ବ୍ରହ୍ମପୁର ମହାନଗରନିଗମ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ସଂଘମିତ୍ରା ଦଲେଇ ଅପରପକ୍ଷ ବିଜେପି ପ୍ରାର୍ଥୀଙ୍କୁ ୨୦,୨୩୬ ଭୋଟରେ ହରାଇ ବିଜୟ ହାସଲ କରିଥିଲେ ।
ସେହିପରି ଆସନ୍ତା କାଲି ଭୁବନେଶ୍ୱର ମହାନଗର ନିଗମରେ ଡେପୁଟି ମେୟର ନିର୍ବାଚନ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।