You are currently viewing କୋରାପୁଟରେ ମୃଦୁ ଭୂମିକମ୍ପ

କୋରାପୁଟରେ ମୃଦୁ ଭୂମିକମ୍ପ

  • Post category:ଓଡିଶା
  • Reading time:1 mins read

 କୋରାପୁଟ(ଏଏନଏସ)୦୩/୦୩, ଆଜି ଭୋର ୫ଟା୫ ମିନିଟ୍‌ରେ କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ ଅନୁଭୂତହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରହିଥିଲା । କୋରାପୁଟ, କାକିରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଘର ଓ ଝରକା ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଘରେ ଥିବା ଆସବାବପତ୍ର ବି ଦୋହଲି ଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା। ୨ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା ଝଟ୍‌କା। ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନି । ଭୂକମ୍ପର କେନ୍ଦ୍ରସ୍ଥଳ ଲକ୍ଷ୍ମୀପୁରଠାରୁ ୧୬ କିମି ଦୂରରେ ହୋଇଥିବା ଜଣାପଡ଼ିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।