You are currently viewing ଗଞ୍ଜାମରେ ପଞ୍ଚାୟତ ନିର୍ବାଚନ ହିଂସା

ଗଞ୍ଜାମରେ ପଞ୍ଚାୟତ ନିର୍ବାଚନ ହିଂସା

ଗଞ୍ଜାମ(ଏଏନଏସ) ୧୮/୦୧:  ଗଞ୍ଜାମରେ ପଞ୍ଚାୟତ ନିର୍ବାଚନ ହିଂସା। ଗଞ୍ଜାମ ଧରାକୋଟ ମୁଣ୍ଡମରଇ ଗାଁରେ ନୋମିନେସନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏହି ସଂଘର୍ଷରେ ୩ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।  ସେମାନଙ୍କୁ ଚିକିତ୍ସା ପାଇଁ ଆସିକା ମେଡ଼ିକାଲରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ  ଆଜି ସକାଳ ମୁଣ୍ଡମରାଇ ବସ ଷ୍ଟାଣ୍ଡ ନିକଟରେ ନାମାଙ୍କନ ଦାଖଲ ଲାଗି ଯାଉଥିବା ଗୋଷ୍ଠୀ ଉପରେ ଆଉ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ କରିଥିଲେ କ୍ଷ ଦୁଇ ଗୋଷ୍ଠୀଙ୍କ ସଂଘର୍ଷ ପରେ ଧରାକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।