You are currently viewing ଚାରିଗୁଣା ବଢ଼ିବ ବିଜୁଳି ବିଲ୍

ଚାରିଗୁଣା ବଢ଼ିବ ବିଜୁଳି ବିଲ୍

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୪/୦୨, ଫେବୃୟାରୀରୁ ଦେଖାଦେଲାଣି ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା । ଆସନ୍ତା ୪ ଦିନ ପରେ ତାପମାତ୍ରା ଆଉ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଦୁଇଦିନ ତଳେ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରୀ ଟପିଥିଲା । ତେଣୁ ଆଗକୁ ଜନସାଧାରଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେବାର ଆଶଙ୍କା ରହିଛି । ତେବେ ଏହା ମଧ୍ୟରେ ଜନତାଙ୍କ ପାଇଁ ଆସିଛି ପୁଣି ଏକ ବିପଦ । ତାତି ବଢ଼ିବା ସହିତ ଆଗକୁ ବିଜୁଳି ବିଲ୍ ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ବର୍ତ୍ତମାନ ତାତି ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଇଲେକ୍ଟ୍ରିକ ରେଗୁଲେଟୋରୀ କମିଶନ (ସିଇଆରସି)ବିଜୁଳି ଉତ୍ପାଦନାକାରୀ କମ୍ପାନୀମାନଙ୍କୁ ଏନର୍ଜି ଏକ୍ସଚେଞ୍ଜ ଉପରେ ମହଙ୍ଗା ବିଜୁଳି ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛି । ବର୍ତ୍ତମାନ ଶକ୍ତି ବଜାରରେ ବିଜୁଳି ଦର ୟୁନିଟ୍ ପିଛା ୧୨ ଟଙ୍କା ରହିଛି । ତେବେ ବର୍ତ୍ତମାନ ଏହି ଦରକୁ ୫୦ ଟଙ୍କା ବୃଦ୍ଧି କରାଯାଇଛି । ସାଧାରଣ ଭାବେ ରାଜ୍ୟମାନଙ୍କୁ କୋଟା ଓ ବିଦ୍ୟୁତ କ୍ରୟ ଚୁକ୍ତି ମାଧ୍ୟମରେ ବିଜୁଳି ମିଳିଥାଏ । ଅଧିକ ଚାହିଦା ସମୟରେ ଡିସକମ୍ କମ୍ପାନୀମାନେ ଶକ୍ତି ବିନିମୟରୁ ବିଜୁଳି କିଣିଥାନ୍ତି ।ତେବେ ଏପରି ସ୍ଥିତିରେ କମ୍ପାନୀମାନଙ୍କୁ ଅଧିକ ମୂଲ୍ୟ ଦେଇ ବିଜୁଳି କିଣିବାକୁ ପଡ଼ିଥାଏ । ତେଣୁ ସେମାନେ ବିଦ୍ୟୁତ ଗ୍ରାହକଙ୍କ ଉପରେ ଏହି ଅର୍ଥ ଭାର ଛାଡ଼ିଦେବେ । ଏହି କାରଣରୁ ଗ୍ରାହକଙ୍କ ପାଖକୁ ଏବେ ଅଧିକ ବିଜୁଳି ବିଲ୍ ଆସିବ । ସେହିପରି ଇନ୍ଧନ ମୂଲ୍ୟ ଓ ଅନ୍ୟ ଦେୟ ଭାବେ ଅଧିକ ଖର୍ଚ୍ଚ ସହିତ ଶକ୍ତି ବିନିମୟରେ ଅଧିକ ମୂଲ୍ୟରେ ବିଦ୍ୟୁତ କ୍ରୟ କରବାକୁ ସିଇଆରସି ଅନୁମତି ଦେଇଛି । କମ୍ପାନୀମାନେ ୟୁନିଟ୍ ପିଛା ୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିବାକୁ ସକ୍ଷମ ହୋଇପାରିବେ । ଭାରତୀୟ ଏନର୍ଜି ଏକ୍ସଚେଞ୍ଜର ଆବେଦନ ଉପରେ ସିଇଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।