You are currently viewing ହାତୀ ମୃତ୍ୟୁ ଘଟଣା;  ସ୍ଥିତି ସମୀକ୍ଷା କଲେ ପିସିସିଏଫ୍

ହାତୀ ମୃତ୍ୟୁ ଘଟଣା; ସ୍ଥିତି ସମୀକ୍ଷା କଲେ ପିସିସିଏଫ୍

  • Post category:ଓଡିଶା
  • Reading time:1 mins read

କଳାହାଣ୍ଡି- କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୧୫ ଦିନରେ ସେପ୍ଟିସେମିଆରେ ୬ଟି ମାଈ ହାତୀଙ୍କ ମୃତ୍ୟୁ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ସାହାର୍ଯ୍ୟରେ ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ମୃତ୍ୟୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।
ଆଜି ପିସିସିଏଫ୍ ଶଶୀ ପଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ୨ ଜଣ ବିଶେଷଜ୍ଞଙ୍କ ସମେତ ୪ ଜଣିଆ ଟିମ୍ ସ୍ଥିତି ସମୀକ୍ଷା କରିଛନ୍ତି । ୮ ଟିକିଆ ହାତୀପଲର ୨ ଜୀବିତ ହାତୀଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କଲେ ପିସିସିଏଫ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।