You are currently viewing ହାତୀ ଉପଦ୍ରବ: ଚିନ୍ତାରେ ଚାଷୀ

ହାତୀ ଉପଦ୍ରବ: ଚିନ୍ତାରେ ଚାଷୀ

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ୧୪ଟିକିଆ ହାତୀପଲ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର କିଛି ଗାଁରେ ପଶି ଚାଷ ଜମି ନଷ୍ଟ କରୁଛନ୍ତି । ହାତୀମାନଙ୍କର ଗତିବିଧି ଲକ୍ଷ କରିବା ସହ ସେମାନଙ୍କୁ ଘଉଡ଼ାଇବା ପାଇଁ ସମ୍ପୃକ୍ତ ଅଞ୍ଚଳର ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରାଯାଉଛି । କିନ୍ତୁ ଏତେସବୁ ପରେବି ହାତୀମାନେ ଏକର ଏକର ଫସଲ ନଷ୍ଟ କରୁଛନ୍ତି । ହାତୀଙ୍କ ଏଭଳି ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଅନ୍ୟପକ୍ଷରେ ଚାଷୀମାନଙ୍କ ଚିନ୍ତା ମଧ୍ୟ ବଢ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।