epfo

ଇପିଏଫ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ୮.୨୫ ପ୍ରତିଶତ ବଢ଼ିଲା ସୁଧହାର

ଏଏନଏସ: ଇପିଏଫ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସୁଧହାର ବୃଦ୍ଧି କରିଛନ୍ତି ଇପିଏଫଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ସେଂଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି । ଏହି ସୁଧହାର  ୮.୧୫ ପ୍ରତିଶତରୁ ୮.୨୫ ପ୍ରତିଶତ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧହାର ୮.୨୫ ପ୍ରତିଶତ ହୋଇଛି । ଗତବର୍ଷ ଏହି ସୁଧହାର ୮ ଦଶମିକ ୧୦ ପ୍ରତିଶତରୁ ୮.୧୫ ପ୍ରତିଶତ ହୋଇଥିଲା । ଚଳିତ ବର୍ଷ ୦. ୧୦ ପ୍ରତିଶତ ସୁଧହାର ବୃଦ୍ଧି କରାଯାଇଛି । ଆର୍ଥିକ ବର୍ଷ ୨୦୨୩-୨୪ ବର୍ଷ ଲାଗି ୮.୨୫%କୁ ବୃଦ୍ଧି କରାଯାଇଥିବା ସୁଧହାର ୬ କୋଟିରୁ ଊର୍ଦ୍ଧ୍ବ ‘ଇପିଏଫ୍‌ଓ’ ଗ୍ରାହକମାନଙ୍କୁ ଉପକୃତ କରିବ।

ଅନ୍ୟମାନଙ୍କୁ ଜଣାନ୍ତୁ।