You are currently viewing OAS ସ୍ତରରେ ବଡ଼ଧରଣର ଅଦଳବଦଳ

OAS ସ୍ତରରେ ବଡ଼ଧରଣର ଅଦଳବଦଳ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୦/୦୧, ରାଜ୍ୟ ସରକାର ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । କାର୍ଯ୍ୟରତ ମୋଟ ୧୬୯ଜଣ ଓଏଏସଅଫିସରଙ୍କ ବଦଳି ହୋଇଥିବା ବେଳେ ୭୯ଟି ତହସିଲରେ ନୂଆ ତହସିଳଦାରଙ୍କୁ ନିଯୁକ୍ତି ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୩ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରାଯାଇ ମୋଟ ୧୬୯ଜଣ ଜୁନିୟର ଓ ସିନିୟର ବ୍ରାଂଚ ଓଏଏସ୍ ଅଫିସର ଏବଂ ଓଆରଏସ୍ ଅଫିସରଙ୍କୁ ବଦଳି କରାଯାଇଛି । ଗୋଟିଏ ବିଜ୍ଞପ୍ତିରେ ୫୬ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଂଚ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି। ସେହିପରି ଅନ୍ୟ ଗୋଟିଏ ବିଜ୍ଞପ୍ତିରେ ମୋଟ ୬୧ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଂଚ ଅଫିସରଙ୍କୁ ବଦଳି ହୋଇଛି। ଏଥିରେ ୬୦ଜଣଙ୍କୁ ବିଭିନ୍ନ ତହସିଲରେ ତହସିଲଦାର ଓ ଜଣେ ଅଫିସରଙ୍କୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ବିଭାଗ ପକ୍ଷରୁ ଜାରି ଅନ୍ୟ ଏକ ବିଜ୍ଞପ୍ତିରେ ୫୨ଜଣ ଓଏଏସ୍ ଜୁନିୟର ବ୍ରାଂଚ ଓ ଓଆରଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ହୋଇଛି । ଏଥିରେ ୧୯ଜଣ ଅଫିସରଙ୍କୁ ବିଭିନ୍ନ ତହସିଲରେ ତହସିଲଦାର ଭାବେ ନିଯୁକ୍ତି ମିଳିଛି । ଏହି ମୋଟ ୧୬୯ଜଣ ଓଏଏସ୍ ଓ ଓଆରଏସ୍ ଅଫିସରଙ୍କ ମଧ୍ୟରେ ୭୯ ଜଣଙ୍କୁ ତହସିଲଦାର ଓ ୫୮ ଜଣଙ୍କୁ ଡେପୁଟି କଲେକ୍ଟର ଭାବେ ବିଭିନ୍ନ ସ୍ଥାନରେ ନିଯୁକ୍ତି ମିଳିଛି । ସମସ୍ତ ଅଫିସରଙ୍କୁ ତୁରନ୍ତ ରିଲିଭ କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।