You are currently viewing କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ନିର୍ବାହୀ ଯନ୍ତ୍ରୀ

କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ନିର୍ବାହୀ ଯନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ଖୋର୍ଦ୍ଧା (ଏଏନଏସ)୦୭/୧୨, ଖୋର୍ଦ୍ଧା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସଙ୍କ ଘରେ ହୋଇଥିବା ଭିଜିଲାନ୍ସ ରେଡ୍‌ରେ ଠାବ ହୋଇଛି କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି । ତାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ୪ଟି ପ୍ଲଟ ଓ ୨୬ ଲକ୍ଷର ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍ସ । ଆହୁରି ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସ ଇନିସ୍‌ପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ରେଡ୍‌ କରୁଛି। କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଅନ୍ୟ ଫାଇଲ ମଧ୍ୟ ଯାଞ୍ଚ କରୁଛି। ମନୋଜଙ୍କ ଭୁବନେଶ୍ୱରରେ ଦୁଇ ମହଲା ବିଲ୍ଡିଂ, ଆଠଗଡ଼ରେ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ରହିଛି ।ସେହିପରି ଭୁବନେଶ୍ୱର, କଟକ ଏବଂ ଆଠଗଡ଼ରେ ୪ଟି ପ୍ଲଟ ରହିଛି । ଏହାସହ ବ୍ୟାଙ୍କରେ ୨୬ଲକ୍ଷ ଟଙ୍କା ଜମା, ୧୮ ଲକ୍ଷ ଟଙ୍କାର ବୀମା ଜମା ରହିଛି । ୯ଲକ୍ଷ ଟଙ୍କାର ସୁନା ଅଳଙ୍କାର, ରୂପା, ୨ଟି ବାଇକ ସହ ଅନ୍ୟାନ୍ୟ ସାମଗ୍ରୀ ଠାବ କରିଛି ଭିଜିଲାନ୍ସ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।