bike

କାର ବାଇକ ମୁହାଁମୁହିଁ ଧକ୍କା : ଦୁର୍ଘଟଣାରେ ବାପ ଓ ପୁଅଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ଖୋର୍ଦ୍ଧା: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଖବର ଅନୁଯାୟୀ ଜାତୀୟ ରାଜପଥର ଚକାପଦା ଠାରେ କାର ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାପ ପୁଅଙ୍କର ମୃତ୍ୟୁ ଘଟିଛି । ମୃତ ବାପ ପୁଅ ହେଲେ ବୋଲଗଡ଼ର ମଧୁସୁଦନ ଦାସ ଓ କ୍ଷୀରୋଦ ଦାସ । ସୂଚନା ଅନୁସାରେ ମଧୂସୁଦନ ଦାସଙ୍କ ଝିଅ ବାହାଘର ଆଉ ମାତ୍ର ମାସେ ଥିବା ବେଳେ ବାହାଘର ପାଇଁ ଜିନିଷ ପତ୍ର କିଣିବାକୁ ବାପା, ପୁଅ ଯାଇଥିଲେ । କିଣାକିଣି ସାରି ଫେରିବା ବେଳେ ବାଟରେ ହିଁ ବାଇକ୍ କୁ ପଛପଟୁ ଏକ କାର୍ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।