You are currently viewing ଭୁବନେଶ୍ବରରେ ଉଦଘାଟନ ହେଲା ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ କେନ୍ଦ୍ର

ଭୁବନେଶ୍ବରରେ ଉଦଘାଟନ ହେଲା ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ କେନ୍ଦ୍ର

ଭୁବନେଶ୍ୱର(ଏଏନଏସ୍): ଭୁବନେଶ୍ବରରେ ଉଦଘାଟନ ହେଲା ପ୍ରଥମ ସିଏନଜି ବା ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ କେନ୍ଦ୍ର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତ ଷଡଙ୍ଗୀ ଏହି ଶବାଦାହ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ୧୬ କୋଟି ବ୍ୟୟରେ ଭୁବନେଶ୍ବର ଓ କଟକରେ ଗେଲ ପକ୍ଷରୁ ୩ ଟି ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ କେନ୍ଦ୍ର ନିର୍ମାଣ କରାଯିବ। ଏନେଇ ଆଜି ଖଣ୍ଡଗିରି ସ୍ଥିତ ଧର୍ମବିହାର ଶ୍ମସାନ ଠାରେ ଏହି ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ କେନ୍ଦ୍ର ଉଦଘାଟନ କରାଯାଇଛି।

ଆଗକୁ ଆଇଗିଣିଆ ଏବଂ ପରେ କଟକ ଖାନ୍ ନଗରରେ ମଧ୍ୟ ଉଦଘାଟନ କରାଯିବ। ଏଥିରେ ଶବଦାହ ବ୍ୟବସ୍ଥା ଶୁଦ୍ଧ ଇନ୍ଧନକୁ ପ୍ରୋତ୍ସାହିତ କରିବା ସହ ବାୟୁମଣ୍ଡଳ ମାନରେ ସୁଧାର ଏବଂ ଅଙ୍ଗାରକ ନିଗର୍ମନ ହ୍ରାସ କରିବ। ତେବେ ଉଦଘାଟନ ପରେ ଏହାର ରକ୍ଷଣବେକ୍ଷଣ ପାଇଁ ବିଏମସିକୁ ଦାୟୀତ୍ୱ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।