You are currently viewing ନିଲମ୍ବିତ ହେଲେ ଫରେଷ୍ଟର ଓ ହୋମଗାର୍ଡ

ନିଲମ୍ବିତ ହେଲେ ଫରେଷ୍ଟର ଓ ହୋମଗାର୍ଡ

  • Post category:ଓଡିଶା
  • Reading time:1 mins read

ଆଠଗଡ଼(ଏଏନଏସ) ୦୫/୦୬, ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ କରିଥିଲା ଏସଟିଏଫ୍ ।ଆଠଗଡ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଖବର ପ୍ରସାରଣ ପରେ ନିଲମ୍ୱିତ ହେଲେ ଗାର୍ଡ ଓ ଫରେଷ୍ଟର । ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ୱିତ କଲେ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ।

ମିଳିଥିବା ସୂଚନାଅନୁଯାୟୀ, ଗତ ୩ ତାରିଖରେ ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଗୋପପୁର ବିଟ୍ ଅନ୍ତର୍ଗତ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ହାତୀର କଙ୍କାଳ ଉଦ୍ଧାର କରିଥିଲା STF । ଏହା ପୂର୍ବରୁ ଗତ ୨ ତାରିଖରେ ସମ୍ମାନ ଢଙ୍ଗରେ ହାତୀର କଙ୍କାଳ ଉଦ୍ଧାର କରିଥିଲା STF ର ସ୍ଵତନ୍ତ୍ର ଟିମ୍ ।ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା STFର ୮ଜଣିଆ ଟିମ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।