You are currently viewing ପୁରୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ

ପୁରୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୭.୦୧.୨୦୨୨, ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ରବିବାର ସନ୍ଧ୍ୟାରେ ପୁରୀ ଆସି ପତିତପାବନଙ୍କୁ ଦର୍ଶନ କରିଛନ୍ତି। ତେବେ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ଥିବାରୁ  ଉମା ଭାରତୀ ଶ୍ରୀମନ୍ଦିର ସିଂହଦ୍ଵାର ବ୍ୟାରିକେଡ ବାହାରୁ ଦୁଇ ହାତ ଯୋଡି ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି।


ଶଙ୍କରାଚାର୍ଯ୍ୟ ମଠ ପକ୍ଷରୁ ଅନୁଷ୍ଠିତ ହେଉଥିବା ସମୁଦ୍ର ଆଳତୀର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ସେ ପୁରୀ ଆସି ସେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରିଛନ୍ତି । ଏଥିସହିତ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ଐତିହ୍ୟ କରିଡର ପ୍ରକଳ୍ପକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି | ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ  ମଧ୍ୟ ସେ ଦର୍ଶନ କରିବା ସହ ଆଶୀର୍ବାଦ ଗ୍ରହଣ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।