kamala-das

ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର କମଳା ଦାସ

  • Post category:ଓଡିଶା
  • Reading time:1 mins read

ଏଏନଏସ: ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର କମଳା ଦାସଙ୍କ ପରଲୋକ । ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ୭୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ସେ ଫୁସଫୁସ୍ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ । ସେ ଭୋଗରାଇ ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୧୯୯୦ ମସିହାରେ ଶ୍ରୀମତୀ ଦାସ ଚାକିରି ଛାଡ଼ି ଜନତା ଦଳ ଟିକେଟରେ ଭୋଗରାଇ ଆସନରୁ ନିର୍ବାଚିତ ହୋଇଥିଲେ । ୧୯୯୫ରେ ପୁଣି ଜନତା ଦଳରୁ ନିର୍ବାଚିତ ହୋଇଥିଲେ କମଳା ଦାସ । ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ କମଳା । ଏଥିସହ ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ପଦ ସମ୍ଭାଳିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।