You are currently viewing ଭିଜିଲାନ୍ସ ଜାଲରେ ଫରେଷ୍ଟର

ଭିଜିଲାନ୍ସ ଜାଲରେ ଫରେଷ୍ଟର


ବରଗଡ,୧୭/୦୮: ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲାର ଝାରବନ୍ଧ ବନବିଭାଗ ଫରେଷ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ । ବନବିଭାଗ ଫରେଷ୍ଟର ହେଉଛନ୍ତି ସୁଶନ୍ତ ଦାସ । ପଦ୍ମପୁର ମାଷ୍ଟରକଲୋନୀ ସ୍ଥିତ ବାସଭବନ ଓ ଝାରବନ୍ଧ ଅଫିସରେ ଏକକାଳୀନ ଚଢାଉ କରାଯାଇଛି । ତେବେ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଭିଜିଲାନ୍ସ ଟିମ ଚଢାଉ ଶେଷ ହେବା ପରେ ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।