You are currently viewing ମାଗଣା ଚାଉଳ ହରିଲୁଟ

ମାଗଣା ଚାଉଳ ହରିଲୁଟ

  • Post category:ଓଡିଶା
  • Reading time:1 mins read

ରାରାୟଗଡା (୧୩.୩.୨୩) : ରାୟଗଡା ଜିଲ୍ଲା ବିଷମ କଟକ ଠାରେ କେନ୍ଦ୍ର ସରକାରଙ୍କ ଯୋଜନା ବାଟବଣା । ମାଗଣା ଚାଉଳକୁ ନେଇ ହିତାଧିକାରୀଙ୍କୁ ଟଙ୍କା ଆଦାୟ କରି ଏବେ ବିବାଦରେ ବିଷମ କଟକ ବ୍ଲକ ପ୍ରଶାସନ । କେନ୍ଦ୍ର ସରକାର ଜାନୁୟାରି ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଦେଶ ବାସୀଙ୍କ ପାଇଁ ମାଗଣା ଚାଉଳ ଘୋଷଣା କରିଛନ୍ତି । କିନ୍ତୁ ସରକାରଙ୍କ ଏହି ସୁବିଧା ପାଉ ନାହାନ୍ତି । ଏହାକୁ ନେଇ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଡାକୁଲଗୁଡା ପଞ୍ଚାୟତ ଠାରେ ସରକାରୀ ତଥ୍ୟ ଅନୁସାରେ ୯୮୮ ରାସନ ହିତାଧିକାରୀ ରହିଥିବା ବେଳେ ଏମାନଙ୍କ ଠାରୁ ପୂର୍ବଭଳି କିଲୋ ପିଛା ଏକ ଟଙ୍କା ଆଦାୟ କରି ବଣ୍ଟ କରାଯାଉଛି । ତେବେ ମାଗଣା ଚାଉଳକୁ ନେଇ ଟଙ୍କା ଆଦାୟ ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହା ପରେ ପ୍ରଶାସନ ହିତାଧିକାରୀଙ୍କୁ ରାତି ଅଧରେ ଟଙ୍କା ପେରସ୍ତ କରିବା ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।