You are currently viewing ସାଙ୍ଗ ସାଜିଲା ଶତ୍ରୁ

ସାଙ୍ଗ ସାଜିଲା ଶତ୍ରୁ

  • Post category:ଓଡିଶା
  • Reading time:1 mins read

ଭୁୁବନେଶ୍ୱର (ଏଏନଏସ) ୦୩/୦୯, ପୁଣି ରାଜଧାନୀରେ ଛୁରାମାଡ । ବିଳମ୍ବିତ ରାତିରେ କଦଳୀ ଗୋଦାମ ବସ୍ତିରେ ଦୁଇ ଜଣ ସାଙ୍ଗଙ୍କ ମଧ୍ୟରେ ଝଗଡାକୁ କେନ୍ଦ୍ରକରି ହୋଇଛି ଛୁରାମାଡ । ପୂର୍ବ ଶତ୍ରୁତାକୁ ନେଇ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ଆଦିତ୍ୟରାୟ ଓ ସେକ ଅବଦୁଲ ହେଉଛନ୍ତି ଦୁଇଜଣ ସାଙ୍ଗ । ଅତ୍ୟଧିକ ନିଶା ସେବନ ଯୋଗୁ ଏଭଳି କାଣ୍ଡ ହୋଇଥିବା କୁହାଯାଉଛି । ଆଦିତ୍ୟ ଅତ୍ୟଧିକ ନିଶାସେବନ ଯୋଗୁ ପୂର୍ବଶତ୍ରୁତାକୁ ନେଇ ନିଶାସକ୍ତ ଅବସ୍ଥାରେ ଅବଦୁଲକୁ ଛୁରାମାଡ କରିଛି ଆଦିତ୍ୟ । ଗୁରୁତର ଅବସ୍ଥାରେ ଅବଦୁଲକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅବଦୁଲର ପେଟ ଓ ପିଞ୍ଜରାରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଆଦିତ୍ୟକୁ ଅଟକ ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।