You are currently viewing ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ: ୨ ମୃତ, ୨ ଗୁରୁତର

ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ: ୨ ମୃତ, ୨ ଗୁରୁତର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୭/୦୫, ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଗତ ବିଳମ୍ବିତ ରାତିରେ ଝାଡ଼ଖଣ୍ଡରୁ ଏକ ବିବାହ ଭୋଜିରୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କୋଇଡ଼ା ଥାନା କମଣ୍ଡୋ ଅଞ୍ଚଳର ବିନୋଦ ବାରିକ ଓ ନିଳାଦ୍ରି ଘଣା ବୋଲି ଜଣାପଡିଛି। ସେପଟେ ଦୁର୍ଘଟଣାରେ ୨ଗୁରୁତରଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯଇଛି। ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।